Breaking News

ଆଜି ଠାରୁ ଝାରସୁଗୁଡା ଦୁଇଦିନିଆ ସଟ ଡାଉନ

Date:04-07-2020


ଆଜି ଠାରୁ ଝାରସୁଗୁଡା ଦୁଇଦିନିଆ ସଟ ଡାଉନ । ଫଳରେ ସାଧାରଣ ପରିବହନ ସମ୍ପୂର୍ଣ୍ଣ ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। କେବଳ ସଟ ଡାଉନ ରୁ ବାଦ ଦିଆଯାଇଥିବା ଯାନ ବାହାନ ବ୍ୟତୀତ ଅନ୍ୟ ସମସ୍ତ ଦୁଇ ଚକିଆ ଯାନ ଆରମ୍ଭ କରି ଅନ୍ୟ ଯାନ ଗୁଡିକ ର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। "କରୋନା ମହାମାରୀ ରୁ ଜୀବନ ବଞ୍ଚାଇବା ପାଇଁ ଜନ ସାଧାରଣ ଙ୍କୁ କିଛି ସହ୍ୟ କରିବା ସହ ସେମାନଙ୍କୁ କିଛି ତ୍ୟାଗ କରିବାକୁ ପଡ଼ିବ, ଏଭଳି ମନୋଭାବ ରଖି କରୋନା ବିରୁଦ୍ଧରେ ଚାଳଥିବା ଲଢେଇ ରେ ଜିଲ୍ଲାବାସୀ ସହାୟତା କରନ୍ତୁ ବୋଲି ଝାରସୁଗୁଡା ଜିଲ୍ଲାପାଳ ଆହ୍ବାନ କରିଛନ୍ତି। 
ଯେଉଁ ଅଫିସ ଜିଲ୍ଲାପାଳ ଙ୍କ ଅଫିସ ସହ ସମ୍ପୃକ୍ତ ସେସବୁ ଅଫିସ ଖୋଲା ରହିବ। ଅନ୍ୟ ପକ୍ଷରେ ପୋଲିସ ସହ ସମ୍ପର୍କିତ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ, ଚିକିତ୍ସା ସେବା ଯୋଗାଇବା ପ୍ରତିଷ୍ଠାନ, ଔଷଧ ଦୋକାନ ଆଦି ଖୋଲା ରହିବ। ବିମାନବନ୍ଦର ଏବଂ ରେଳ ଷ୍ଟେସନ କୁ ଯାତାୟତ କରି ଯାତ୍ରୀ ପରିବହନ କରୁଥିବା ଯାନବାହନ ଅନୁମତି ମିଳିଛି। କୃଷି, ଗୋପାଳନ ନିମନ୍ତେ ଆବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ସଟ ଡାଉନ ରୁ ବାଦ ଦିଆଯାଇଛି। ଦୁଗ୍ଧ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପେଟ୍ରୋଲ ପମ୍ପ ଆଦି କୁ ମଧ୍ୟ ସଟଡାଉନ ରୁ ବାଦ ଦିଆଯାଇଛି। ଶିଳ୍ପାଞ୍ଚଳ କ୍ଷେତ୍ରରେ  ଅଧିକ ରୁ ଅଧିକ ସଂଖ୍ୟକ ଶ୍ରମିକ ଙ୍କୁ ନିଜ କ୍ୟାମ୍ପସ ଭିତରେ ରଖିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଆଇନ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପ୍ରଶାସନ। 
ବର୍ତମାନ ର କରୋନା ରୋଗୀ ସଂଖ୍ୟା ଝାରସୁଗୁଡା ଜିଲ୍ଲାରେ ମୋଟ 124 ଯାହା ମଧ୍ୟରୁ 75 ଜଣ ସୁସ୍ଥ ହୋଇ ଫେରି ସାରିଲେଣି।

Latest News