Breaking News

ଲଇକେରା ବ୍ଲକର ୧୭ଟି ଗାଁ ସଟ ଡାଉନ

Date:25-06-2020


ଖାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ର ଚାରି ଟି ପଂଚାୟତ କୁ 12 ଗୋଟି ଗାଁ କୁ ଶଟ ଡାଉନ ଘୋଷଣା କଲେ ଜିଲ୍ଲାପାଳ ସରୋଜ କୁମାର ସାମଲ। ବାଗଡ଼ିହି ଅଂଚଳରେ ଜଣେ ଫାର୍ମାସିଷ୍ଟ କୋଭିଡ 19 ଚିହ୍ନଟ ହେବା ପରେ ଅନେକ ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହି ଅଂଚଳକୁ 72 ଘଣ୍ଟା ପାଇଁ ଶଟ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ଅଂଚଳକୁ ତତକ୍ଷଣାତ ସିଲ କରାଯାଇ ଏହି ଅଂଚଳର ସନ୍ଦିଗ୍ଧ ବ୍ୟକ୍ତି ଙ୍କର ଟେଷ୍ଟ କରାଯାଇ ବାଧ୍ୟତାମୂଳକ ହୋମ କ୍ବାରେଣ୍ଟିନ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।  ଝାରମୁଣ୍ଡା ପଂଚାୟତ ର 5 ଟି ଗାଁ, ଭୀମଜୋର ପଂଚାୟତ ର 3 ଟି ଗାଁ, ଗ.ପାନପାଲି ର ଦୁଇଟି ଗାଁ ଏବଂ ନକ୍ସାପାଲି ପଂଚାୟତ ର ଗୋଟିଏ  ଗ୍ରାମଅଂଚଳକୁ ଶଟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ କିଛି ବନ୍ଦ ରହିବ ସୂଚନା ଦେଲେ ଜିଲ୍ଲାପାଳ।

Latest News