Breaking News

ଫର୍ମାସିଷ୍ଟ ନିଲମ୍ବିତ

Date:24-06-2020


ଝାରସୁଗୁଡ଼ା-ବିଶୃଙ୍ଖଳିତ ଆଚରଣ ଓ କର୍ତ୍ତବ୍ୟରେ  ଅବହେଳା ପାଇଁ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବାଗଡ଼ିହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଶାନ୍ତନୁ ଜୟପୁରିଆଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳ , ଝାରସୁଗୁଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ , ଝାରସୁଗୁଡ଼ା ଆଦେଶ ସଂଖ୍ୟା ୫୮୨୭/ ତାରିଖ-୨୩/୦୬/୨୦୨୦ ମୂଳେ ଶ୍ରୀ ଜୟପୁରିଆଙ୍କୁ ନିଲମ୍ବନ କରିଛନ୍ତି ।  ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶ୍ରୀ ଜୟପୁରିଆଙ୍କ ହେଡକ୍ବାଟର ଭାବେ ସ୍ଥିର କରାଯାଇଥିବା ବେଳେ ତାଙ୍କୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ, ତାଙ୍କୁ ନିଜର ସମସ୍ତ ଦାୟିତ୍ୱ ବାଗଡ଼ିହି ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ( ପୁରୁଷ ) ସତୀଶ କୁମାର ପୂଜାରୀଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Latest News