Breaking News

ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ଦିନରେ ୨୩ କରୋନା ସଂକ୍ରମିତ ଚିହ୍ନଟ

Date:24-06-2020


ଝାରସୁଗୁଡ଼ା ଜିଲ୍ଲାରେ ୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ବ୍ଲକ, କର୍ମିରା ବ୍ଲକର ରୋଗୀ ଥିବା ଜଣାଯାଇଛି। ବ୍ରଜରାଜନଗର ଠାରେ କୋଭିଡ୍‌ କାର୍ଯ୍ୟରେ ନିୟୋଜିତ ଦୁଇ ଜଣ ଡ୍ରାଇଭର, କର୍ମିରାର ଜଣେ ଫାର୍ମାସିଷ୍ଟ ଏବଂ ବେଲପାହାଡ଼ର ଜଣେ ରେଳ ବିଭାଗ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣାଯାଇଛି।ବ୍ରଜରାଜନଗର ଠାରେ ସର୍ବାଧିକ ୧୬ ଜଣ ଥିବା ଜଣାଯାଇଛି।ବେଲପାହାଡ଼ ରେଳ ବିଭାଗର ଜଣେ କର୍ମଚାରୀଙ୍କ ପଜିଟିଭ୍‌ ବାହାରିଥିବା ବେଳେ  ଲଖନପୁର ବ୍ଲକ ମଚିଦା ଜିପିର କନଡିହି ଗ୍ରାମର ଜଣେ ୭ ବର୍ଷର ଶିଶୁ କନ୍ୟା ଆକ୍ରାନ୍ତ ଥିବା ଜଣାପଡ଼ିଛି।କର୍ମିରା ବ୍ଲକ ବାଗଡିହି ଅଞ୍ଚଳରେ ଜଣେ ଫାର୍ମାସିଷ୍ଟ ଆକ୍ରାନ୍ତ ହୋଇଥିବା ବେଳେ କିର୍ମିରା ବ୍ଲକର ଦେଓପାନ ଗ୍ରାମର ଜଣେ ଏକ ବର୍ଷର ଶିଶୁ ଆକ୍ରାନ୍ତ ହୋଇଛି। ଜିଲ୍ଲାର ପଜିଟିଭ୍‌ ସଂଖ୍ୟା ୪୯ ଥିବା ବେଳେ ଆଜି ୨୩ ମିଶି ଏହା ୭୨କୁ ବୃଦ୍ଧି ପାଇଛି।

Latest News