Breaking News

ଆଜି ଭଦ୍ରକ ୨୦୦ ଓ କେନ୍ଦୁଝର ୧୦୦ ଛୁଇଁଲା, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

Date:22-06-2020


ଆଜି ରାଜ୍ୟରେ ୧୪୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚି ଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ୧୭ ଜିଲ୍ଲାରୁ ୧୪୧ ଜଣ ସଂକ୍ରମିତ ହୋଇଥିବା ସମୟରେ ଏନଡିଆରଏଫର ଦୁଇ ଜଣ କର୍ମଚାରୀ ଆକ୍ରାନ୍ତ ଅଛନ୍ତି ।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୨୫, ଖୋର୍ଦ୍ଧାରେ ୬୫୪, କଟକରେ ୪୮୪, ଯାଜପୁରରେ ୩୮୨, ବାଲେଶ୍ବରରେ ୩୦୭, ଗଜପତିରେ ୨୩୮, ପୁରୀରେ ୨୧୪, କେନ୍ଦ୍ରାପଡ଼ାରେ ୨୧୩, ଭଦ୍ରକରେ ୨୦୦, ଜଗତସିଂହପୁରରେ ୨୦୯, ବଲାଙ୍ଗୀରରେ ୧୫୨, କନ୍ଧମାଳରେ ୧୫୯, ସୁନ୍ଦରଗଡ଼ରେ ୧୫୯, ମୟୂରଭଞ୍ଜରେ ୧୪୫, ନୟାଗଡ଼ରେ ୧୨୯, କେନ୍ଦୁଝରରେ ୧୦୦ , ନୂଆପଡ଼ାରେ ୭୯, କଳାହାଣ୍ଡିରେ ୭୦, ଅନୁଗୁଳରେ ୫୬, ଢେଙ୍କାନାଳରେ ୫୭, ବରଗଡ଼ ଜିଲ୍ଲାରେ ୬୭, ମାଲକାନଗିରିରେ ୫୩, ଦେବଗଡ଼ରେ ୪୧ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୫, ସମ୍ବଲପୁରରେ ୩୧, କୋରାପୁଟରେ୨୪, ଝାରସୁଗୁଡ଼ାରେ ୫୦, ରାୟଗଡ଼ା ଜିଲ୍ଲାରେ ୧୭ ଓ ନବରଙ୍ଗପୁର ଜିଲ୍ଲାରେ ୧୩ରେ ପହଞ୍ଚିଛି।
ଏଯାବତ ରାଜ୍ୟରେ ୩୮୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୧୪୧୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏଯାବତ୍ କରୋନା ସଂକ୍ରମଣ ହେତୁ ରାଜ୍ୟରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ରୋଗରେ ପୀଡ଼ିତ ୬ଜଣ ପ୍ରାଣ ହରାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Latest News