Breaking News

ରାଜ୍ୟରେ ଆଜି ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ

Date:22-06-2020


ରାଜ୍ୟରେ ଆଜି ପୁଣି୧୬୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ପଜିଟିଭଙ୍କ ମଧ୍ୟରୁ୧୪୦ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 25 ଜଣ ସ୍ଥାନୀୟ ସଂକ୍ରମଣ।  ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୮, ଯାଜପୁର ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୭, କଟକ ଜିଲ୍ଲାରୁ ୨୦, ଜଗତସିଂହପୁର ଜିଲ୍ଲାରୁ ୧, ଝାରସୁଗୁଡ଼ା ଜିଲ୍ଲାରୁ ୨, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୨୧, ମାଲକାନଗିରି ଜିଲ୍ଲାରୁ ୧, ନୟାଗଡ଼ ଜିଲ୍ଲାରୁ ୧, ନବରଙ୍ଗପୁର ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୨୮, ସୁନ୍ଦରଗଡ଼ ଜିଲ୍ଲାରୁ ୬, ବଲାଙ୍ଗୀର ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୩, କୋରାପୁଟ ଜିଲ୍ଲାରୁ ୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Latest News