Breaking News

୪ଟି ସ୍ଥାନରୁ କନ୍‌ଟେନମେଣ୍ଟ ଜୋନ ପ୍ରତ୍ୟାହୃତ

Date:15-07-2020


ଓଜସ୍ୱି ନ୍ୟୁଜ :- ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୪ଟି ସ୍ଥାନରୁ କନ୍‌ଟେନ୍‌ମେଣ୍ଟ ଜୋନ ପ୍ରତ୍ୟହୃତ କରାଯାଇଛି । ବେଲପାହାଡ ରେଲୱେ କଲୋନୀ, ବନ୍ଧବାହାଲ ଏମସିଏଲ କୋଲୀନି କ୍ୱାଟର ନମ୍ବର ଏମ୩୩୯ରୁ ମାଉସୀ ମନ୍ଦିର, ବେଲପାହାଡ ପୌରପରିଷଦ ୱାର୍ଡ ନମ୍ବର ୨ର ଠୁଙ୍ଗିଡେରା, ତେଲେନପାଲି ଗ୍ରାମରୁ କନ୍‌ଟେନ୍‌ମେଣ୍ଟ ଜୋନ ଏବଂ ଏହାର ଆଖପାଖ ଅଂଚଳରୁ ବଫର ଜୋନ ପ୍ରତ୍ୟାହୃତ ହୋଇଛି । ଏହି କଣ୍ଟେନେମେଣ୍ଟ ଜୋନରେ ସମସ୍ତ ପବ୍ଲିକ ଏବଂ ପ୍ରାଇଭେଟ ଗତିବିଧି ଦୋକାନ ବଜାର ଖୋଲିବା ଉପରେ ଲଗାଯାଇଥିବା ରୋକକୁ ପ୍ରତ୍ୟାହୃତ କରି ସାଧାରଣ ଜୀବନ ଯାପାନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟପଟେ ବନହରପାଲି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପଜିଟିଭ ଚିହ୍ନଟ ପରେ ବନହରପାଲି ହାଇସ୍କୁଲସ୍ଥିତ ଅସ୍ଥାୟୀ ମେଡିକାଲ ସେଣ୍ଟରକୁ କନ୍‌ଟେନ୍‌ମେଣ୍ଟ ଜୋନ ଏବଂ ବନହରପାଲି ଛକ-ବରୁନ କୁମୁରା ଘର-ଭବାନୀ ଦାସ ଘର- ପୁରୁଣା ଡବ୍ଲୁ ୧ କୋଲୋନୀକୁ ବଫର ଜୋନ ଘୋଷଣା କରାଯାଇଛି । ଏହି କନ୍‌ଟେନ୍‌ମେଣ୍ଟଜୋନ ଓ ବଫର ଜୋନ ଓ ଅଂଚଳରେ ସାଧାରଣ ଲୋକଙ୍କ ଗତିବିଧି ଉପରେ ରୋକ ଲଗାଯାଇଥିବାବେଳେ କେବଳ ପ୍ରଶାସନ ପକ୍ଷରୁ ଅନୁମତି ପ୍ରାପ୍ତ ଲୋକେ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ଯୋଗାଣ ପାଇଁ ଯାତାୟାତ କରି ପାରିବେ । 

Latest News