Breaking News

ଝାରସୁଗୁଡ଼ାରେ କରୋନାର ପରୀକ୍ଷାମୂଳକ ପରୀକ୍ଷଣ

Date:07-07-2020


ଝାରସୁଗୁଡ଼ା: ବିଗତ କିଛିଦିନରେ ଝାରସୁଗୁଡ଼ାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ରାଧିକ ବଢ଼ିଛି । ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଆଜି ଠାରୁ 
ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ  କୋଭିଡ ହସ୍ପିଟାଲ ପରିସରରେ କରୋନା ରୋଗୀଙ୍କ ସ୍ୱାବ ନମୁନା ର ପରୀକ୍ଷଣ ର ଶୁଭାରମ୍ଭ କରାଯାଇଛି । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ମିଳିତ ଉଦ୍ୟମରେ ଆଜି ପ୍ରଥମ କରି ଜିଲ୍ଲାରେ ଆର ଟିପିସିଆର ଯନ୍ତ୍ର ସାହାଯ୍ୟ ରେ କରୋନା ରୋଗୀଙ୍କ ସଂଗୃହୀତ ସ୍ୱାବ ନମୁନା ପରୀକ୍ଷଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ରୋଗୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଛି ଓ ଏଥିରୁ ନେଗେଟିଭ ଥିବା ଜଣାପଡିଛି । ଏହାର ପରୀକ୍ଷଣ ସଫଳତାର ସହ ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ରୋଗୀଙ୍କ ସ୍ୱାବ ନମୁନା ଏଠାରୁ ସଂଗ୍ରହ କରାଯିବ ବୋଲି ଜଣାପଡିଛି । ଆଗାମୀ କିଛିଦିନ ମଧ୍ୟରେ ନମୁନା ପରୀକ୍ଷଣ ର ସଂଖ୍ୟା ବଢ଼ାଇବାର ଯୋଜନା ରହିଛି । ଏଠାରେ ସୂଚନାଯୋଗ୍ୟ ଯେ କରୋନା ରୋଗୀଙ୍କ ଚିହ୍ନଟ ପାଇଁ ପ୍ରତିଦିନ ସ୍ୱାବ ନମୁନା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର କୁ ପ୍ରତିଦିନ ପଠାଯାଉଥିଲା ।ଏଥିପାଇଁ ପ୍ରତିଦିନ ଗୋଟିଏ ସ୍ୱତନ୍ତ୍ର ଗାଡି ଭୁବନେଶ୍ୱର କୁ ଯାଉଥିଲା । ବର୍ତ୍ତମାନ ଝାରସୁଗୁଡ଼ାରେ ସ୍ୱାବ ନମୁନା ପରୀକ୍ଷା ହେବାରୁ ରିପୋର୍ଟ ଶିଘ୍ର ଆସିେଲେ ଚିକିତ୍ସା ମଧ୍ୟ ସଠିକ ସମୟରେ ଚିକିତ୍ସା ହୋଇପାରିବ । ସ୍ୱାବ ସଂଗ୍ରହର କିଛି ସମୟପରେ କରୋନା ରିପୋର୍ଟ ମିଳିପାରିବ ।

Latest News