Breaking News

ସଂସଦ ଅଧିବେଶନ ଶେଷ,  ବାଚସ୍ପତି କହିଲେ ୧୯୫୨ ପରଠାରୁ ସବୁଠାରୁ ଶ୍ରେଷ୍ଠ ଅଧିବେଶନ..

Date:08-08-2019



ଓଜସ୍ଵୀ ଦିଲ୍ଲୀ: ସଂସଦର ଏଥର ଅଧିବେଶନ ବେଶ ଫଳପ୍ରଦ ଥିଲା। ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଏହା ୧୭ ବର୍ଷ ଭିତରେ ଶ୍ରେଷ୍ଠ। ଲୋକସଭା ବାଚସ୍ପତି କହିଛନ୍ତି, ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ୧୯୫୨ ପରଠାରୁ ସବୁଠାରୁ ଶ୍ରେଷ୍ଠ। ଏଥର ଅଧିବେଶନରେ ରାଜ୍ୟସଭାରେ ୩୨ ଓ ଲୋକସଭାରେ ୩୩ଟି ବିଲ୍‌ ପାସ୍‌ ହୋଇଥିଲା। ବିତର୍କରେ ୯୦ ପ୍ରତିଶତରୁ ଅଧିକ ପ୍ରଥମ ଥର ସାଂସଦ ଓ ମହିଳା ସାଂସଦ ଭାଗ ନେଇଥିଲେ। ଚଳିତ ଅଧିବେଶନରେ ଟ୍ରିପଲ ତଲାକ, NIA ସଂଶୋଧନ ବିଲ୍‌, UAPA ସଂଶୋଧନ ବିଲ୍‌, ଆରଟିଆଇ ସଂଶୋଧନ ବିଲ୍‌, ମୋଟର ଯାନ ଆଇନ ସଂଶୋଧନ ବିଲ୍‌, ନ୍ୟାସନାଲ ମେଡିକାଲ କମିଶନ ବିଲ୍‌ ଓ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ସଂସଦରେ ଗୃହୀତ ହୋଇଥିଲା।

Latest News