Breaking News

ବିହାରରେ ଦାଦାଗିରି: ଦାଦବଟି ନ ମିଳିବାରୁ ଠିକାଦାରଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

Date:30-08-2019



ଓଜସ୍ଵୀ ଗୋପାଳଗଞ୍ଜ: ବିହାରରେ ଦାଦାଗିରି ସଂପର୍କିତ ନୂଆ ମାମଲା ଦେଖିବାକୁ ମିଳିଛି । ଗୋପାଳଗଞ୍ଜ ଜିଲ୍ଲାରେ ଦୁର୍ବୃତ୍ତମାନେ ଜଣେ ଠିକାଦାରଙ୍କୁ ଘରେ ପଶି ଜିଅନ୍ତା ଜାଳି ଦେଇଛନ୍ତି । ଦୁର୍ବୃତ୍ତମାନେ ଦାଦାବଟି ସଂଗ୍ରହ ପାଇଁ ଗଣ୍ଡକ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ପ୍ରବେଶ କରି ଜଣେ ଠିକାଦାରଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି । ପୋଲିସ ମାମଲାର ତଦନ୍ତ କରୁଛି । ପୋଲିସ ଅଧୀକ୍ଷକ ରଶିଦ ଜମା କହିଛନ୍ତି, ମୃତକ ଠିକାଦାର ରମାଶଙ୍କର ସିଂହଙ୍କ ପରିବାର ଲୋକଙ୍କର ଦ୍ୱାରା ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । 
ଏସପିଙ୍କ କହିବା ଅନୁସାରେ ପୀଡ଼ିତ ପରିବାର ବନ୍ୟା ନିୟନ୍ତ୍ରଣ ବିଭାଗର ମୁଖ୍ୟ ଇଞ୍ଜିନିୟର ମୁରଲିଧର ସିଂହଙ୍କ ଉପରେ ରମାଶଙ୍କରଙ୍କ ବାକି ରାଶିକୁ ନେଇ ହତ୍ୟାକାଣ୍ଡ ଘଟଣା ଘଟିଛି । ଦୁର୍ବୃତ୍ତମାନେ ଦାବାବଟି ମାଗିବାକୁ ଆସିଥିଲେ ଏବଂ ଏହା ନ ମିଳିବା ପରେ ହତ୍ୟାକରି ସେଠାରୁ ଚାଲି ଯାଇଥିଲେ । ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଜନଶୂନ୍ୟ ହୋଇଯାଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ହତ୍ୟାକାଣ୍ଡ ପାଇଁ ଦୁର୍ବୃତ୍ତମାନେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ । ପୀଡ଼ିତ ପରିବାରର ଲୋକେ କହିଛନ୍ତି, ରମାଶଙ୍କରଙ୍କୁ ଦୁର୍ବୃତ୍ତମାନେ କ୍ରମାଗତ ଭାବେ ଦାଦାବଟି ମାଗୁଥିଲେ । ଟଙ୍କା ନ ଦେବାରୁ ତାଙ୍କୁ ହତ୍ୟା କରାଯାଇଛି । ଏସପି କହିଛନ୍ତି, ପୋଲିସ ଦ୍ୱାରା ରାମାଶଙ୍କରଙ୍କ ସଂପର୍କିୟ ଦ୍ୱାରା ଅଣାଯାଇଥିବା ଅଭିଯୋଗର ତଦନ୍ତ ଚାଲିଛି । ଅନ୍ୟପକ୍ଷରେ ରାମାଶଙ୍କରଙ୍କ ହତ୍ୟା ବିରୋଧରେ ସ୍ଥାନୀୟ ଲୋକେ ୨୮ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । 

Latest News