Breaking News

ଧାରା ୩୭୦ ଉଚ୍ଛେଦ: ଆସନ୍ତା ୧ରୁ ବିଜେପିର ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନଜାଗରଣ ଯାତ୍ରା ଆ�

Date:27-08-2019



ଓଜସ୍ଵୀ ନୂଆଦିଲ୍ଲୀ: ୩୭୦ ଧାରା ଉଚ୍ଛେଦ ବିଷୟରେ ଦେଶର ସମସ୍ତ ଲୋକଙ୍କୁ ଅବଗତ ଓ ସଚେତନତା କରାଯିବା ନେଇ ଆସନ୍ତା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଦଳ ପକ୍ଷରୁ ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ ବୋଲି ସୋମବାର ନୂଆଦିଲ୍ଲୀ ସ୍ଥିତ  ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୩୭୦ ଧାରା ସମ୍ପର୍କରେ ସୂଚନା ଏବଂ ଧାରା ଉଚ୍ଛେଦ ପରବର୍ତୀ ପରିବର୍ତନକୁ ଦେଶର ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଚୂଡାନ୍ତ ବୈଠକରେ ଉପରୋକ୍ତ ନିଷ୍ପତି ନିଆଯାଇଛି ।

୧ ମାସ ବ୍ୟାପୀ ହେବାକୁ ଥିବା ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ସମୟରେ ଦଳର ଶୀର୍ଷ ନେତୃତ୍ୱ, କେନ୍ଦ୍ରରେ ବରିଷ୍ଠ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟର ବଡ ବଡ ନେତା ଏବଂ ଦଳର ରାଷ୍ଟ୍ରୀୟ ପଦାଧିକାରୀମାନେ ସମାଜର ପ୍ରମୁଖ ଲୋକ ଓ ପ୍ରବୃଦ୍ଧ ଲୋକଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବେ । ସେମାନଙ୍କୁ ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ କଣ ଲାଭ ହୋଇଛି ଓ ସେଠାକାରବାସୀଙ୍କ ଜୀବନଶୈଳୀରେ କଣ ପରିବର୍ତନ ହୋଇଛି ଏ ବିଷୟରେ ଅବଗତ କରାଇବେ । 

Latest News