Breaking News

ଝାଡ଼ଖଣ୍ଡ: ପଂଚାୟତ ଆଦେଶରେ ମହିଳାଙ୍କ ବାଳ କାଟିଲେ, ବସ୍ତ୍ରହୀନ କରି ବୁଲାଇଲେ

Date:26-08-2019



ଝାଡ଼ଖଣ୍ଡ: ପଂଚାୟତ ଆଦେଶରେ ମହିଳାଙ୍କ ବାଳ କାଟିଲେ, ବସ୍ତ୍ରହୀନ କରି ବୁଲାଇଲେ
ଓଜସ୍ଵୀ କୋଡରମା: ଝାଡ଼ଖଣ୍ଡର କୋଡରମା ଜିଲ୍ଲାର ଡେଙ୍ଗୋଡିହ ପଞ୍ଚାୟତରେ ଜଣେ ମହିଳାଙ୍କୁ ଘୋର ଅପମାନ ଦିଆଯାଇଛି । ସ୍ଥାନୀୟ ପଞ୍ଚାୟତର ଆଦେଶରେ ଲୋକେ ଜଣେ ମହିଳାଙ୍କୁ ବାଳ କାଟିବା ପରେ ବସ୍ତ୍ରୀହୀନ କରି ଗାଁ ଦାଣ୍ଡରେ ବୁଲାଇଛନ୍ତି । ପଞ୍ଚାୟତକୁ ସନ୍ଦେହ ଥିଲା ଯେ, ମହିଳା ଜଣକ ନିଜର ପୁତୁରା ସହିତ ଅବୈଧ ସଂପର୍କ ସ୍ଥାପନ କରିଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣା ଘଟିଥିବା ଗାଁକୁ ପହଞ୍ଚି ୧୧ ଜଣଙ୍କର ବିରୋଧରେ ମାମଲା ରୁଜୁ କରିଛି । 
ଆଶ୍ଚର୍ଯ୍ୟର କଥା ଯେ, ପଂଚାୟତର ଏହି ନିଷ୍ପତ୍ତିର ଗୋଟିଏ ଦିନ ପୂର୍ବରୁ ମହିଳା ଜଣକ ପଂଚାୟତରେ ଅଭିଯୋଗ କରିଥିଲେ । ମହିଳା ଜଣକ  ତାଙ୍କର ଅଭିଯୋଗରେ ଦର୍ଶାଇ ଥିଲେ ଯେ, ୨୨ ବର୍ଷିଅ ପୁତୁରା ସ୍ୱାମୀଙ୍କ ଅନୁପସ୍ଥିତିରେ ବଳପୂର୍ବକ ଶାରୀରିକ ସଂକର୍ପ ସ୍ଥାପନ କରୁଛି । ପଂଚାୟତର ନିଷ୍ପତ୍ତିରେ ପୀଡ଼ିତ ମହିଳା ଅପମାନ ପାଇଛନ୍ତି ।

Latest News