Breaking News

ରାଜଧାନୀରେ ଆତଙ୍କ, ଅଟୋରେ ଫୁଟିଲା ବୋମା

Date:25-08-2019



ରାଜଧାନୀରେ ଆତଙ୍କ, ଅଟୋରେ ଫୁଟିଲା ବୋମା
ଓଜସ୍ଵୀ ନୂଆଦିଲ୍ଲୀ :ଅଶାନ୍ତ ରାଜଧାନୀ । କିଛି ଦିନର ନିରବତା ପରେ ପୁଣି ଥରେ ରାଜଧାନୀରେ ଫୁଟିଛି ବୋମା । ଅଟୋ ଭିତରେ ବୋମା ଫୁଟି ଜଣେ ଆହତ ହୋଇଛନ୍ତି। ବିଜେବି ନଗର-ଟଙ୍କପାଣୀ ରୋଡରେ ଘଟିଛି ଏହି ଘଟଣା । ବିସ୍ଫୋରଣରେ ଅଟୋ ଚାଳକ ଗୁରୁତର ଭାବେ ଆହାତ ହୋଇଛନ୍ତି । 
ଆଜି ସନ୍ଧ୍ୟାରେ ରବି ଟକିଜ୍ ଅଞ୍ଚଳରେ ଏକ ଅଟୋରେ ବୋମା ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣରେ ଅଟୋ ଚାଳକ ଜି.ଗୋବିନ୍ଦ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅଟୋ ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି । କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ବୋମା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ । ଅଟୋ ଚାଳକ ବୋମା ନେଇ ଯାଉଥିଲେ ନା କେହି ଅଟୋ ଉପରେ ଆକ୍ରଣ କରିଛି ତାହା ଜଣାପଡି ନାହିଁ । କିଛି ଦିନ ପୂର୍ବେ ଲୁଟେରାମାନଙ୍କ ଉତ୍ପାତକୁ ଦମନ କରିବା ପାଇଁ ପୁଲିସ ପକ୍ଷରୁ ଏକାଧିକ ସ୍ଥାନରେ ଏନ୍‌କାଉଣ୍ଟର କରାଯାଇଥିଲା । ତେବେ ଆଗକୁ ପାର୍ବଣ ଋତୁ ଥିବା ବେଳେ ରାଜଧାନୀର ଅପରାଧୀଙ୍କ ଏଭଳି ଅରାଜକତା କମିଶନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Latest News