Breaking News

ମହାରାଷ୍ଟ୍ର: କୋଠା ଭୁଶୁଡ଼ି ୨ ମୃତ, ୫ ଗୁରୁତର

Date:24-08-2019



ମହାରାଷ୍ଟ୍ର: କୋଠା ଭୁଶୁଡ଼ି ୨ ମୃତ, ୫ ଗୁରୁତର: ମହାରାଷ୍ଟ୍ରର ଭିୱଣ୍ଡିର ଶାନ୍ତିନଗରରେ ଶୁକ୍ରବାର ବିଳମ୍ବିତ ରାତି ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । କୋଠା ଭୁଶୁଡ଼ିବା ଯୋଗୁଁ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଲୋକ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଓ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । 

Latest News