Breaking News

ଅବୈଧ ସମ୍ପର୍କ ହେଲା କାଳ: ମହିଳା ଓ ଯୁବକଙ୍କୁ ନିର୍ଧୂମ ପିଟିଲେ ଗ୍ରାମବାସୀ, ପୁଣି କଲେ �

Date:22-08-2019



ମହିଳା ଓ ଯୁବକଙ୍କୁ ନିର୍ଧୂମ ପିଟିଲେ ଗ୍ରାମବାସୀ, ପୁଣି କଲେ ଏଭଳି କିଛି
ହରିୟାଣାର କର୍‌ନାଲ ଜିଲାର ଏକ ଗାଁରେ ଅବୈଧ ସମ୍ପର୍କକୁ ନେଇ ବୁଧବାର ଜଣେ ମହିଳା ଓ ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ନିର୍ଧୂମ ପିଟିଛନ୍ତି ଗ୍ରାମବାସୀ। ଏହାସହ ସେମାନଙ୍କ ବେକରେ ଜୋତା ମାଳ ପିନ୍ଧାଇ ଏବଂ ମୁହଁରେ କାଳି ବୋଳି ଗାଁ ଦାଣ୍ଡରେ ବୁଲାଇଛନ୍ତି। ଖବର ପାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ତେବେ ଏ ନେଇ ଅନୁସୂଚିତ ଜାତିର ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।
ପୀଡ଼ିତଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ମହିଳାଙ୍କର କିଛି ସମ୍ପର୍କୀୟ ଗ୍ରାମବାସୀଙ୍କ ସହାୟତାରେ ଏଭଳି କାମ କରିଛନ୍ତି। ତାଙ୍କ ଘରର ଜଣେ ଯୁବକଙ୍କୁ ସେମାନେ ମହିଳାଙ୍କ ସହିତ ଧରିନେଇଥିଲେ। ଦୁଇଜଣଙ୍କୁ ଖୁବ୍‌ ଜୋରରେ ମାଡ଼ ମାରିଥିଲେ। କିଛି ଗ୍ରାମବାସୀ ଏହାର ଭିଡିଓ ମଧ୍ୟ ବନାଇଥିଲେ। ତେଣୁ ସେମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରିଦେବାର ସମ୍ଭାବନା ରହିଛି, ଯଦ୍ଦ୍ଵାରା ପରିବାରର ବଦନାମ ହେବ ବୋଲି ଯୁବକଙ୍କ ପରିବାର ଲୋକେ ଆଶଙ୍କା କରିଛନ୍ତି। ସେପଟେ କିଛି ଗ୍ରାମବାସୀ ଏବଂ ମହିଳାଙ୍କ ସମ୍ପର୍କୀୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି।
ଆମେ ଏଠାରେ କହି ରଖୁଛୁ ଯେ ଦେଶର ଅନେକ ସ୍ଥାନରେ ଅନୁସୂଚିତ ଜାତି ବର୍ଗର ଲୋକେ ଶୋଷଣର ଶିକାର ହେଉଛନ୍ତି। ନିକଟରେ ରାଜସ୍ଥାନରେ ମଧ୍ୟ ଏଭଳି ଏକ ଘଟଣା ଲୋକଲୋଚନକୁ ଆସିଥିଲା। ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିଲା। ତାଙ୍କର ଭୁଲ୍‌ ଥିଲା କି ତାଙ୍କ ବାଇକ୍‌ ଜଣେ ବୃଦ୍ଧା ସହ ଧକ୍କା ହୋଇଥିଲା। ଏହି ମାମଲାରେ କୌଣସି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ମୃତ ଯୁବକଙ୍କ ବାପା ହତାଶ ହୋଇ ଆତ୍ମହତ୍ୟା କରିଥିଲେ।

Latest News