Breaking News

ଜମ୍ମୁ କଶ୍ମୀର: ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଏନକାଉଣ୍ଟର, ଜଣେ ଯବାନ ସହିଦ

Date:21-08-2019



ଓଜସ୍ଵୀ ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବୁଧବାର ପ୍ରଥମ ଥର ପାଇଁ ହୋଇଥିବା ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି । ଉତ୍ତର କଶ୍ମୀରର ବାରାମୁଲା ଅଞ୍ଚଳରେ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏନକାଉଣ୍ଟର କରିଥିଲେ । ରାତିସାରା ଗୁଳିବର୍ଷା ହେବା ପରେ ବୁଧବାର ସକାଳୁ ଜଣେ ଆତଙ୍କବାଦୀ ନିହତ ହୋଇଛି । ମାତ୍ର ଦୁଃଖର ଖବର ଯେ, ଏନକାଉଣ୍ଟରରେ  ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଜାରି ଥିବା ବେଳେ ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ଏନକାଉଣ୍ଟରରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିହତ ହୋଇଥିବା ଆତଙ୍କବାଦୀର ପରିଚୟ ମିଳି ନଥିବା ବେଳେ ଏନକାଉଣ୍ଟର ସ୍ଥଳରୁ ଗୁଳି-ବନ୍ଧୁକ ଜବତ ହୋଇଛି । ସୂତ୍ର ଅନୁସାରେ ସିଆରପିଏଫ, ସେନା ଓ ଜମ୍ମୁ କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗୃପ ଯୁଗ୍ମ ରୂପରେ ଏନକାଉଣ୍ଟର କରିଥିଲେ । ସୁରକ୍ଷାବାହିନୀଙ୍କ ଅଭିଯାନରେ ୩ ଜଣ ଆତଙ୍କବାଦୀ ଫସିଯାଇଥିଲେ । ବାରମୁଲା ରାଜଧାନୀ ଶ୍ରୀନଗର ଠାରୁ ୫୪ କିଲୋମିଟର ଦୂରରେ ଅବସ୍ଥିତ । ଏନକାଉଣ୍ଟର ସମୟରେ ଗୁଳି ବାଜିବା ଯୋଗୁଁ ଏସପିଓ ବିଲାଲ ସହିଦ ହୋଇଛନ୍ତି । ଆହତ ଏସଆଇ ଅମରଦୀପ ପରିହାରଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

Latest News