Breaking News

ବଦଳିବ ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମର ନାମ

Date:19-08-2019



ବଦଳିବ ପାରେ ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମର ନାମ !
ଓଜସ୍ଵୀ ନୂଆଦିଲ୍ଲୀ:ସର୍ବବୃହତ ମେସେଜିଂ ଆପ୍ଲିକେସନ୍ ହ୍ୱାଟସଆପ୍ ନିଜର ବେଟା ଭର୍ସନରେ ନୂଆ ଅପଡେଟ୍ ଲଂଚ୍ କରିଛି । କମ୍ପାନୀ ନିଜ ଆପରେ ହ୍ୱାଟସଆପ୍ ଫ୍ରମ ଫେସବୁକ୍ ଟ୍ୟାଗ ଯୋଡିଛି । ଏହି ଲାଟେଷ୍ଟ ବେଟା ଭର୍ସନ ଗୋଟିଏ ସପ୍ତାହରୁ ମଧ୍ୟ କମ ସମୟରେ ଉପଲବ୍ଧ ହେବ । କିନ୍ତୁ କିଛି ବିଟା ୟୁଜରଙ୍କୁ ନିଜ ଫୋନରେ ଏହି ନାମ ସୋ କରୁଛି । ଏନେଇ କିଛି ୟୁଜର୍ସ ୱାବେଟା ଇନଫୋରେ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହ୍ୱାଟସଆପ୍ ଫ୍ରମ ଫେସବୁକ ବୋଲି ରହିଛି ।
ଫେସବୁକ ହ୍ୱାଟସଆପକୁ ବହୁ ବର୍ଷ ପୂର୍ବରୁ କିଣିଥିଲା । କିନ୍ତୁ ଏହି ପ୍ଲାଟଫର୍ମକୁ ନେଇ କୌଣସୀ ଅଭିଯୋଗ କରିନଥିଲା । ଏବେ କମ୍ପାନୀର ନାମ ଯୋଡିବା ପରେ ୟୁଜରଙ୍କୁ ଏହା ଫେସବୁକର ବୋଲି ଜଣାପଡିବ ।
କମ୍ପାନୀ ଏହି ରିବ୍ରିଡିଂ ଖବର ପ୍ରଥମେ ଦ ଇନଫରମେସନ ନ୍ୟୁଜ ପୋର୍ଟାଲକୁ କହିଥିଲା । ଏନେଇ କମ୍ପାନୀ ନିଜେ ସୂଚନା ଦେଇଥିଲା । ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମର ନାମ ପରିବର୍ତନ କରିବାକୁ ଯାଉଥିବା କମ୍ପାନୀ ସୂଚନା ଦେଇଥିଲା । ବହୁତ ଶୀଘ୍ର ଇନଷ୍ଟାଗ୍ରାମକୁ ଇନଷ୍ଟାଗ୍ରାମ ଫର ଫେସବୁକ ଓ ହ୍ୱାଟସଆପକୁ ହ୍ୱାଟସଆପ୍ ଫ୍ରମ ଫେସବୁକ କରିଦିଆଯିବ ।
ଏହା ବ୍ୟତୀତ ଫେସବୁକ ଇନଷ୍ଟାଗ୍ରାମ ଉପରେ ମଧ୍ୟ ବ୍ରିଡିଂ କରିବାକୁ ପ୍ରସ୍ତୁତି ଚଳାଇଛି । କିଛି ୟୁଜରଙ୍କୁ ସେଟିଂ ପେଜ ତଳେ ଇନଷ୍ଟଗ୍ରାମ ଫ୍ରମ ଫେସବୁକ ବୋଲି ଦେଖିବାକୁ ମିଳିଛି । ଯାହା କେବଳ ଆଇଓଏସ ୟୁଜରଙ୍କ ପାଇଁ ଉପଲବ୍ଧ ହେଉଛି । ପରେ ଏହାକୁ ଆଣ୍ଡ୍ରୋଏଡ ପାଇଁ ଲଂଚ୍ କରାଯିବ ।

Latest News