Breaking News

ହରିୟାଣାରେ ଭୁଶୁଡ଼ିବ କଂଗ୍ରେସ ?

Date:18-08-2019



ହରିୟାଣାରେ ଭୁଶୁଡ଼ିବ କଂଗ୍ରେସ ? 
ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ସବୁ କିଛି ଠିକ୍ ଚାଲୁନାହିଁ। ସଞ୍ଜୟ ସିଂହ, ଭୁବନେଶ୍ଵର କଲିତା ପରି ରାଜ୍ୟସଭା ସାଂସଦ ପାର୍ଟିରୁ ଇସ୍ତଫା ଦେଇଥିବା ବେଳେ କର୍ଣ୍ଣାଟକ ଓ ଗୋଆ ପରି ରାଜ୍ୟରେ ପାର୍ଟିକୁ ବିଦ୍ରୋହର ସାମ୍ନା କରିବାକୁ ପଡ଼ିଛି। ଧାରା ୩୭୦ ପ୍ରସଙ୍ଗରେ ମଧ୍ୟ ପାର୍ଟିରେ ମତଭେଦ ରହିଛି। ଏବେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ହରିୟାଣାରେ ମଧ୍ୟ ପାର୍ଟିକୁ ଝଟକା ଲାଗିପାରେ। ହରିୟାଣାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବରନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ରବିବାର ରୋହତକରେ ରାଲି କରି କେବଳ ଶକ୍ତି ପ୍ରଦର୍ଶନ କରିଛନ୍ତି ତା ନୁହଁ ବରଂ ବିଦ୍ରୋହ ଆଭିମୁଖ୍ୟ ମଧ୍ୟ ଜାହିର କରିଛନ୍ତି। ସେ ପାର୍ଟି ଉପରେ ହମଲା କରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ରାସ୍ତା ଭୁଲି ଯାଇଛି।
ହରିୟାଣର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ହିଁ ନିଜ ପାର୍ଟି ଉପରେ ହମଲା କରିଛନ୍ତି। ରବିବାର ରୋହତକରେ ଆୟୋଜିତ ‘ପରିବର୍ତ୍ତନ ମହାରାଲି’ରେ ଭୂପେନ୍ଦ୍ର ସିଂହ ହୁଡ୍ଡା ଓ ତାଙ୍କର ଗୋଷ୍ଠୀର ନେତା ଉପସ୍ଥିତ ଥିଲେ। ଏହି ସମୟରେ ଭୂପେନ୍ଦ୍ର ହୁଡ୍ଡା କହିଛନ୍ତି ଯେ, ଏବେ କଂଗ୍ରେସ ସେହି କଂଗ୍ରେସ ନୁହଁ। ଏହା ମଧ୍ୟ କହିଛନ୍ତି ସେ ଧାରା ୩୭୦ ଉଚ୍ଛେଦ କରିବା ପକ୍ଷରେ ଥିଲେ, କିନ୍ତୁ କଂଗ୍ରେସର ଅନେକ ନେତା ଏହା ବିରୋଧରେ ଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯେବେ ସରକାର କିଛି ଭଲ କରୁଛନ୍ତି ତେବେ ମୁଁ ସମର୍ଥନ କରିଥାଏ। ମୋର ଅନେକ ସାଥୀ ଅନୁଚ୍ଛେଦ ୭୦ ପ୍ରତ୍ୟାହାରକୁ ବିରୋଧ କରିଛନ୍ତି, ମୋର ପାର୍ଟି ରାସ୍ତା ଭୁଲି ଯାଇଛି। ଏହା ସେ କଂଗ୍ରେସ ନୁହଁ ଯାହା ପୂର୍ବେ ଥିଲା। ଯେବେ ସ୍ଵାଭିମାନ ଓ ଦେଶଭକ୍ତିର କଥା ଉଠେ ତେବେ ମୁଁ କୌଣସି ପରିସ୍ଥିତିରେ ମଧ୍ୟ ସାଲିସ କରି ପାରିବି ନାହିଁ। 

Latest News