Breaking News

ପରିବାରକୁ ହତ୍ୟା କରିବା ପରେ ଆତ୍ମହତ୍ୟା

Date:16-08-2019


ବେଙ୍ଗାଲୁରୁ, ଅଗଷ୍ଟ ୧୬ (ଖବର ଓଡ଼ିଶା):

କର୍ଣ୍ଣାଟକର ଚାମରାଜନଗର ଅଂଚଳରେ ଏକ ହୃଦୟଥରା ହତ୍ୟା ଓ ଆତ୍ମହତ୍ୟା ଘଟଣା ସାମ୍ନା ଆସିଛି । ପରିବାର ଲୋକଙ୍କୁ ବୁଲାଇ ନେବା ବାହାନାରେ ମଝି ରାସ୍ତା ଉପରେ ସମସ୍ତଙ୍କୁ ଗୁଳି କରି ହତ୍ୟା କରିଛି ଜଣେ ବ୍ୟକ୍ତି  । ଏହା ପରେ ନିଜେ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ଏ ଘଟଣା ଘଟିଛି ଗୁଣ୍ଡଲୁପେଟ୍‌ ଅଂଚଳର ଉଟି ରୋଡ଼୍‌ ଉପରେ । ପୋଲିସ ସମସ୍ତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ପୋଲିସର ସୂଚନା ମୁତାବକ, ମୈଶୁରର ଓମ୍‌ ପ୍ରକାଶ ନାମକ ଜଣେ ବ୍ୟକ୍ତି ୬୦ କିଲୋମିଟର୍‌ ଦୂରରେ ଗୁଣ୍ଡଲୁପେଟ୍‌ରେ ନନ୍ଦୀ ଲଜରେ ରୁମ୍‌ ବୁକ୍‌ କରିଥିଲେ । ଗୁରୁବାର ଦିନ ବାପା, ମା’, ସ୍ତ୍ରୀ ଓ ପୁଅଙ୍କ ସହିତ ସେଠାରେ ପହଁଚି ଥିଲେ । ସେଠାକୁ ସେ ବୁଲିବାକୁ ଯାଉଛନ୍ତି ବୋଲି ସମସ୍ତଙ୍କୁ କହିଥିଲେ । ସେ ଲଜ୍‌ରୁ ବାହାରି କିଛି ଦୂର ପରିବାରକୁ ନେଇକି ଯାଇଥିଲେ । ଶୂନଶାନ୍‌ ରାସ୍ତାରେ ଗାଡ଼ି ରଖି ହଠାତ୍‌ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ପ୍ରଥମେ ବାପା ଓ ମା’ ଏବଂ ପରେ ସ୍ତ୍ରୀ ଓ ପୁଅକୁ ଗୁଳି କରିଥିଲେ । ଏହା ପରେ ସେ ନିଜେ 

ନିଜକୁ ଗୁଳି କରି ହତ୍ୟା କରିଥିଲେ । ଫଳରେ ଘଟଣା ସ୍ଥଳରେ ସମସ୍ତେ ପ୍ରାଣ ହରାଇଥିଲେ । ସକାଳୁ ସକାଳୁ ଏଭଳି ହତ୍ୟାକାଣ୍ଡ ଦେଖିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ ।

ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ୫ଟି ମୃତ ଦେହ ସହ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି । ଏହା ସହିତ ମୃତ ଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

Latest News