Breaking News

ଧାରା ୩୭୦ ଉଚ୍ଛେଦ ହେବା ପରେ ନୂଆ କଶ୍ମୀରରେ ପାଳନ ହେଉଛି ପ୍ରଥମ ସ୍ୱାଧୀନତା ଦିବସ

Date:15-08-2019



ଧାରା ୩୭୦ ଉଚ୍ଛେଦ ହେବା 
ପରେ ନୂଆ କଶ୍ମୀରରେ ପାଳନ ହେଉଛି ପ୍ରଥମ ସ୍ୱାଧୀନତା ଦିବସ
 
ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଜି ପ୍ରଥମ ସ୍ୱାଧୀନତା ଦିବସ ପାଳନ ହୋଇଛି। ୭୩ତମ ସ୍ୱାଧୀନତା ଦିବସକୁ କଶ୍ମୀରବାସୀ ବେଶ ଆନନ୍ଦର ସହିତ ପାଳନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଶେର-ଇ-କଶ୍ମୀର ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ସେ ଆତଙ୍କବାଦୀ ସଂଗଠନ ଓ ଏହାକୁ ପ୍ରତ୍ସାହନ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରି କହିଥିଲେ, “କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିରେ ଜମ୍ମୁ-କଶ୍ମୀର ବାସୀ ନିଜର ପରିଚୟକୁ ନେଇ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ।ସରକାର ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରୁଛନ୍ତି। ସୁରକ୍ଷାକର୍ମୀଙ୍କ ନିୟମିତ ଅପରେସନ ଯୋଗୁ ଆତଙ୍କବାଦୀମାନେ ସେମାନଙ୍କ ପରାଜୟ ସ୍ୱୀକାର କରିଛନ୍ତି। ଲୋକମାନେ ସମୟକୁ ଅପେକ୍ଷା କରିବା ଦରକାର। କିଛି ବ୍ୟକ୍ତି ହିଂସାକାଣ୍ଡ ଘଟାଇବା ପାଇଁ ଉଦ୍ୟମ କରୁଛନ୍ତି। ଗୁଜବ ଦ୍ବାରା କଶ୍ମୀରବାସୀଙ୍କୁ ଉସକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଲୋକମାନେ ଏଭଳି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।”ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି।

Latest News