Breaking News

ଜମ୍ମୁ-କାଶ୍ମୀରରେ ଗୋଷ୍ଠୀ ଉନ୍ନୟନ ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତି

Date:11-08-2019


ଜମ୍ମୁ-କାଶ୍ମୀରରେ ଗୋଷ୍ଠୀ ଉନ୍ନୟନ ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତି

ଓଜସ୍ଵୀ ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ତୁରନ୍ତ ଗୋଷ୍ଠୀ ଉନ୍ନୟନ ପରିଷଦ ପ୍ରତିନିଧି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୮ ତାରିଖରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଉଦବୋଧନ ପରିପ୍ରେକ୍ଷୀରେ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ୍‍ ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଲେନ୍ଦ୍ର କୁମାରଙ୍କୁ କହିଛନ୍ତି।
ରାଜ୍ୟରେ ଗୋଷ୍ଠୀ ଉନ୍ନୟନ ପରିଷଦ ନିର୍ବାଚନ ପାଇଁ ଏବେ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଶନିବାର ଶ୍ରୀନଗରଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟପାଳଙ୍କୁ ସାକ୍ଷାତ୍‍ କରିଥିଲେ। ସେ ଜାମ୍ମୁ କାଶ୍ମୀରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।

Latest News